କଟକ: କଟକ ସହରରୁ ମୋଟ୍ ୧୨୫ ଜଣ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସଂଗରୋଧରୁ ୫୭ ଜଣ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ସଂଗରୋଧରୁ ମୋଟ୍ ୨୪ ଜଣ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଏସ୍ସିବି ଆଇସୋଲେସନ ଓ୍ଵାର୍ଡରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାରୀ ସଂଗରୋଧରୁ ୬ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ସହରର ଅନ୍ୟ ଏକ ସରକାରୀ ସଂଗରୋଧରୁ ୫ ଜଣ କରୋନା ଆକ୍ରାନ୍ତ ଥିବା ଜଣାଯାଇଛି।
କଟକ ସହରର ଗୃହସଂଗରୋଧରୁ ଆଜି ଚିହ୍ନଟ ହୋଇଥିବା ୩୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତେଲେଙ୍ଗାପେଣ୍ଠରୁ ୬ ଜଣ, ଦରଘା ବଜାରରୁ ୫ ଜଣ, ବକ୍ସିବଜାର ବଣିଆ ସାହିରୁ ୪ ଜଣ, ବାଲ୍ମିକୀ ନଗର, ଚହଟ ନଗର, ସିଡିଏ ସେକ୍ଟର-୬ରୁ ୩ ଜଣ ଲେଖାଏଁ ୩-୩ ଜଣ ଓ କୃଷକ ବଜାରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଉନଲିଆପାଟି, ବକ୍ସବଜାର, ଖାନନଗର, ସାମନ୍ତ ସାହି, ବକ୍ସିବଜାର ପୁଲିସ ଲେନ, କାଜିବଜାର ଓ ଚାଉଳିଆଗଂଜ ତଳସାହିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକ ସହରରୁ ଆଜି ସ୍ଥାନୀୟ ସଂକ୍ରମଣ ଯୋଗୁଁ ୩୪ ଜଣ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଡଗରପଡ଼ାରୁ ୩ ଜଣ, ଜଗତପୁର ଓ ତୁଳସୀପୁର ମଠସାହିରୁ ୨-୨ ଜଣ ଅଛନ୍ତି। ସେହିପରି କଲେଜ ଛକ, ଚାଉଳିଆଗଂଜ, ବେପାରୀ ସାହି, ତେଲେଙ୍ଗା ବଜାର, ବାଲ୍ମିକୀ ନଗର, ମଙ୍ଗଳାବାଗ, ଦେଉଳ ସାହି, ମଣିସାହୁ ଛକ, ସିଡିଏ ସେକ୍ଟର-୭, ସିଡିଏ ସେକ୍ଟର-୧୧, ରାଣୀହାଟ, ମହାନଦୀ ବିହାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0