ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବରରେ ବିଧାନସଭା ମୌସୁମୀ ଅଧିବେଶନ ବସିବ । କରୋନା ମହାମାରୀ ପାଇଁ ବିଧାନସଭା କେଉଁଠି ବସିବ ସେନେଇ ଏପର୍ଯ୍ୟନ୍ତ ସ୍ଥାନ ନିରୂପଣ ହୋଇପାରିଲା ନାହିଁ । ଏଥର ବିଧାନସଭାରେ ପ୍ରାୟ ୧୪ଟି ଅଧ୍ୟାଦେଶ ପାରିତ ହେବାର ଅଛି । ନଚେତ୍ ସେସବୁ ଅଧାଦେଶ ଅକାମୀ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ସଂସଦୀୟ ବ୍ୟାପାର ବିଭାଗ ୬ଟି ବିଭାଗକୁ ଚିଠି ଲେଖିଛି ।
ମିଳିଥିବା ସୂଚନାନୁସାରେ କରୋନା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨ଟି, ଅର୍ଥ ବିଭାଗର ୪, ଶ୍ରମ ବିଭାଗର ୪, ସମବାୟ ବିଭାଗର ୨, ଆଇନ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଗୋଟିଏ ଲେଖାଏଁ ଅଧ୍ୟାଦେଶ ବିଲ୍ ପାରିତ ହେବାର ଅଛି । ସମ୍ବିଧାନର ଧାରା ୧୭୪ ଅନୁସାରେ ଗୋଟିଏ ଅଧିବେଶନ ସରିବାର ୬ ମାସ ଭିତରେ ପରବର୍ତ୍ତୀ ଅଧିବେଶନ ବସିବା ନିୟମ ଅଛି । ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ ମାର୍ଚ୍ଚ ୩୦ ତାରିଖରେ ସରିଥିଲା । ମାର୍ଚ୍ଚରୁ ହିସାବ କଲେ ପରବର୍ତ୍ତୀ ଅଧିବେଶନ ସେପ୍ଟେମ୍ବର ୩୦ ସୁଦ୍ଧା ବସିବା କଥା । ଅଧିବେଶନ ଆରମ୍ଭର ୬ ସପ୍ତାହ ଭିତରେ ଯେତେଗୁଡ଼ିଏ ଅଧ୍ୟାଦେଶ ଥିବ ତାକୁ ପାରିତ କରାଯିବାର ମଧ୍ୟ ନିୟମ ଅଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0