spot_img

ହୀରାକୁଦରେ ପୁଣି ୨୪ଟି ଗେଟ ଖୋଲା, ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀ ଅବବାହିକାରେ ଏକ ମଧ୍ୟମ ଧରଣର ବର୍ଷା ଆଶଙ୍କା ସୃଷ୍ଟି ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧରେ ପାଣି ଭର୍ତ୍ତି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୨୪ଟି ଗେଟ ଖୋଲାଯାଇଛି । ଏହି ଡ୍ୟାମକୁ ୬ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ୩ଲକ୍ଷ ୩୫ ହଜାର ୬୮୫ କ୍ୟୁସେକ ଜଳ ନିଷ୍କାାସିତ ହେଉଛି । ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳ ପ୍ରବାହ ବଢିଚାଲିଛି । ମହାନଦୀରେ ଇବ ଓ ତେଲ ନଦୀ ଦେଇ ପ୍ରବଳ ଜଳ ମହାନଦୀରେ ପ୍ରବେଶ କରୁଛି । ଏହା ଫଳରେ ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular