ନୂଆଦିଲ୍ଲୀ: ଦେଶରେ ୬ ମାସ ମଧ୍ୟରେ ୧୭୫ଟି ବାୟୁ ଗୁଣବତ୍ତା ମନିଟରିଂ ଷ୍ଟେସନ ବା ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ ପାଇଁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ମାସ ମଧ୍ୟରେ କାମ ଆରମ୍ଭ କରିବା ପାଇଁ ଟ୍ରିବ୍ୟୁନାଲ ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ଆକ୍ଟ୍ ୨୦୧୦ମସିହାରୁ କାର୍ଯ୍ୟକାରୀ ହେଉଛି । ପରିବେଶ ସଂକ୍ରାନ୍ତ ଯେକୌଣସି ଘଟଣାକୁ ଏହା ନିୟନ୍ତ୍ରିତ କରିଥାଏ । ଭାରତୀୟ ସମ୍ବିଧାନର ଧାରା ୨୧ର ଜୀବନ ରକ୍ଷା ଏବଂ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଅନୁଯାୟୀ ଭାରତୀୟ ନାଗରିକଙ୍କର ଏକ ସୁସ୍ଥ ପରିବେଶରେ ରହିବାର ଅଧିକାର ଅଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0