spot_img

୨୪ ଘଣ୍ଟାରେ ୪୭,୬୩୮ କରୋନା ସଂକ୍ରମିତ, ୬୭୦ ମୃତ୍ୟୁ

ଦେଶରେ ଦୁଇଦିନ ହେବ ପୁଣି ବଢ଼ିଛି ସଂକ୍ରମଣ । । ଗତ ୨୪ ଘଣ୍ଟାରେ ୪୭ ହଜାର ୬୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ସମୁଦାୟ ୮୪ ଲକ୍ଷ ୧୧ ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୬୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ହଜାର ୯୮୫କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୫୪ ହଜାର ୧୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୭ଲକ୍ଷ ୬୫ ହଜାର ୯୬୬ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular