spot_img

ସୁନ୍ଦରଗଡରେ ଗାଁ ମୁହାଁ ହାତୀପଲ

ସୁନ୍ଦରଗଡରେ:  ପୁଣି ଗାଁ ମୁହାଁ ହାତୀପଲ । ସାନପତ୍ରାପାଲି ସେକ୍ସନ କୁକୁରଡିହି ଅଂଚଳରେ ୧୭ଟି ହାତୀ ଏକାଠି ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି । ଅଂଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ୫ଟି ଘର ବି ଭାଙ୍ଗି ଦେଇଛନ୍ତି ହାତୀପଲ । ଗତକାଲି ରାତିରେ କାଁକେରଜୁରା ଏବଂ କୁଳବା ଗାଁ ନିକଟରେ ଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ହାତୀଙ୍କୁ ଘଉଡାଇବାରେ ସଫଳ ହୋଇଛନ୍ତି । ତେବେ ବନବିଭାଗକୁ ଏଥିରେ ନାକେଦମ୍ ହେବାକୁ ପଡିଛି ।

ଏହି ହାତୀପଲରେ ଅଛନ୍ତି ମାଈ ହାତୀ, ଦନ୍ତା ହାତା ଓ ଛୁଆ ହାତୀ । ବର୍ତମାନ ଧାନ ଫସଲ ସମୟରେ ଛତିଶଗଡ ପଟୁ ଏହି ହାତୀ ପଲ ସୁନ୍ଦରଗଡ ଜିଲ୍ଲାରେ ଆତଙ୍କ ମଚାଇଛନ୍ତି । ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular