ଭୁବନେଶ୍ୱର: ଆମ ରାଜ୍ୟ ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ୍ୟ । ଓଡ଼ିଶାର ସୌନ୍ଦର୍ଯ୍ୟକୁ ସୋସିଆଲ ମିଡ଼ିଆରେ ପ୍ରଚାରପ୍ରସାର କରିବା ଉଦେ୍ଦଶ୍ୟରେ ଏକ ଅଭିନବ ପନ୍ଥା ଆପଣାଇଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ । ଫଟୋଉଠା ପ୍ରତିଯୋଗିତା ଆୟୋଜନପୂର୍ବକ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଏହି ପ୍ରଚାର ପ୍ରସାରରେ ଅଂଶୀଦାର କରିବାକୁ ସୁଯୋଗ ଆଣିଦେଇଛି । ଏହି ପ୍ରତିଯୋଗିତାରେ ୭ଟି ବିଷୟକୁ ଲେନସ୍ରେ ତୋଳି ଧରିବାକୁ କୁହାଯାଇଛି ।
ସୂଚନାକ୍ରମେ, ଫଟୋ ଉଠାରେ ରୁଚି ରଖୁଥିବା ବ୍ୟକ୍ତିବିଶେଷମାନେ ଆକର୍ଷଣୀୟ ଫଟୋ ଉଠାଇ ‘ଓଡ଼ିଶା ଥ୍ରୁ ଲେନସ୍’ ଶୀର୍ଷକରେ ଅପଲୋଡ଼୍ କରିପାରିବେ । ଓଡ଼ିଶାର ସମୁଦ୍ରକୂଳ, ନଦନଦୀ, ହ୍ରଦ, ଜଳପ୍ରପାତ, ବନ୍ୟଜନ୍ତୁ, ସହରାଞ୍ଚଳ, ଗ୍ରାମୀଣ ଜୀବନ, ଜନଜାତି ଜୀବନ, ମନ୍ଦିର, କୀର୍ତ୍ତିରାଜି, କଳା, ପରମ୍ପରା, ସଂସ୍କୃତି, ସ୍ଥାପତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଓ ପାର୍ବତ୍ୟାଞ୍ଚଳର ପ୍ରତିଯୋଗୀ ମାନେ ଫଟୋଉଠାଇ ଓଡ଼ିଶା ପର୍ଯ୍ୟଟନର ଟ୍ୱିଟରରେ ଦିଆଯାଇଥିବା ୱେବ ଲିଙ୍କରେ ଛାଡ଼ିବାକୁ କୁହାଯାଇଛି । ସେପ୍ଟେମ୍ବର ୨୦ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ଆଗ୍ରହୀ ବ୍ୟକ୍ତିବିଶେଷ ନିଜର ବଛାବଛା ଫଟୋ ଅପଲୋଡ଼ କରିପାରିବେ । ପ୍ରତ୍ୟେକ ବିଷୟ ଉପରେ ଗୋଟିଏ ଫଟୋ ଜଣେ ଅପଲୋଡ଼ କରିପାରିବେ । ପ୍ରତିଟି ବିଷୟରେ ୩ଜଣ ହିସାବରେ ୭ଟି ବିଷୟରେ ୨୧ଜଣଙ୍କୁ ପୁରସ୍କୃତ କରାଯିବ । ଆଗ୍ରହୀ ବ୍ୟକ୍ତିବିଶେଷ ଓଡ଼ିଶା ପର୍ଯ୍ୟଟନର ଟ୍ୱିଟର ଆକାଉଣ୍ଟକୁ ଯାଇ ସଂପୂର୍ଣ୍ଣ୍ୟ ତଥ୍ୟ ପାଇପାରିବେ ।
ଏହା କେବଳ ପ୍ରତିଯୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ନାହିଁ, ବରଂ ଓଡ଼ିଶାର ସୌନ୍ଦର୍ଯ୍ୟ ସୁଦୂରପ୍ରସାରୀ ହୋଇପାରିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0