spot_img

କାନ୍ଥ ଭାଙ୍ଗି ଲୁଟିନେଲେ ୧୭ ଲକ୍ଷର ସୁନା

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରର ଶ୍ରୀ କ୍ରିଷ୍ଣା ଜୁଏଲର୍ସରୁ ୩୫୦  ଗ୍ରାମ ସୁନା ଚୋରି ହୋଇଥିବା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି I ଗତକାଲି ଶ୍ରୀ କ୍ରିଷ୍ଣା ଜୁଏଲର୍ସର ପଛ ପଟ କାନ୍ଥ ଭାଙ୍ଗି ଚୋରମାନେ ଏହି ସୁନା ଲୁଟ୍‌ କରିଛନ୍ତି। ଲୁଟ୍‌ ସୁନାର ଆନୁମାନିକ ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାଯାଇଛି। ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେଲାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି I ତୁରନ୍ତ ଲୁଟେରାଙ୍କୁ ଧରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular