ବାରିପଦା : ଆଇ ପାଖରେ ଶୋଇ ଥିବା ବେଳେ ଶିଶୁ ପୁତ୍ରକୁ ଟେକି ନେଇ ହତ୍ୟା କଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗାଁ ରେ। ପୁଲିସ କହିବା ଅନୁଯାୟୀ ବେଲ ଡୁଙ୍ଗୁରି ଗାଁର ଚେପ ଦେହୁରୀ ଆଜି ଭୋରରୁ ତା ସ୍ତ୍ରୀକୁ ଖୋଜି ଥିଲା।
ତେବେ ସେ ତା ସ୍ତ୍ରୀ ଏବଂ ଶିଶୁ କନ୍ୟାକୁ ନ ପାଇବାରୁ ଭୀଷଣ ରାଗିଯାଇଥିଲା। ଯାହା ପରେ ସେ ଅନ୍ୟ ଘରେ ଶାଶୁ ପାଖରେ ଶୋଇଥିବା ନିଜର ପାଞ୍ଚ ବର୍ଷ ପୁଅକୁ ଟେକି ଆଣି ପଥରରେ ଛେଚି ଦେଇଥିଲା। ଏହା ଶୁଣି ପାଖ ପଡେ଼ାଶୀ ଧାଇଁ ଆସିଥିଲେ।
ଏହି ଘଟଣା ସମ୍ବନ୍ଧରେ ପଡ଼ୋଶୀ ସ୍ଥାନୀୟ ପୁଲିସକୁ ଅବଗତ କରାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଚେପକୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଛି। ତେବେ ଚେପ କାହିଁକି ଏଭଳି ନାରକୀୟ କାମ କଲା, ତାହା ଜଣାପଡ଼ିନାହିଁ। କୁହାଯାଉଛି ଯେ ପାରିବାରିକ କଳିରୁ ଏଭଳି ଘଟିଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0