ନୂଆଦିଲ୍ଲୀ: ଚଳିତ ବର୍ଷ ଜାମ୍ମୁକାଶ୍ମୀରରେ ରେକର୍ଡ ସଂଖ୍ୟକ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଦ୍ବାରା ୨୦୨୦ ଜାନୁଆରୀରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜାମ୍ମୁ-କଶ୍ମୀରରେ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୦ ବିଦେଶୀ; ଅଥାତ୍ ପାକିସ୍ତାନୀ। ଏହି ସମୟ ମଧ୍ୟରେ ପ୍ରାୟ ୧୪୫ ଜଣ ସ୍ଥାନୀୟ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ନିଖେଜ ଥିବା ଆଉ ପ୍ରାୟ ୮ଜଣ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଆଶଙ୍କା କରାଯାଉଛି। ୨୦୧୮ରେ ହୋଇଥିବା ୧୦୭ ଗୁଳି ବିନିମୟ ଘଟଣାରେ ସର୍ବାଧିକ ୨୫୪ ଆତଙ୍କବାଦୀ ନିପାତ ହୋଇଥିଲେ। ଅପରପକ୍ଷରେ ସେ ବର୍ଷ ୨୧୦ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଏପର୍ୟ୍ୟନ୍ତ ୮୬ଟି ଗୁଳି ବିନିୟମ ଘଟଣା ଘଟିଛି। ଆତଙ୍କବାଦ ସହ ସମ୍ପୃକ୍ତ ପ୍ରାୟ ୫୦ ଯୁବକ ଗିରଫ ହୋଇଛନ୍ତି ଅଥବା ଆତ୍ମସମର୍ପଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0