ନୂଆଦିଲ୍ଲୀ: ଆସନ୍ତା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ରୋହିତ ଶର୍ମା । ତେବେ ନିଜ ସ୍ଥାନକୁ ନେଇ ବଡ ବୟାଦ ଦେଇଛନ୍ତି ହିଟମ୍ୟାନ । ସେ କହିଛନ୍ତି ଦଳ ମ୍ୟାନେଜମେଣ୍ଟ ତାଙ୍କୁ ଯେଉଁ ସ୍ଥାନରେ ବ୍ୟାଟିଂ କରିବା ପାଇଁ କହିବେ ସେଥିପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରୁ ପ୍ରଥମ ଟେଷ୍ଟ ପରେ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରି ଆସିବେ। କୋହଲିଙ୍କ ଅନୁପସ୍ଥିତି ରୋହିତଙ୍କ ଗୁରୁତ୍ବକୁ ବଢାଇଛି। ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡ଼େମୀରେ ନିଜକୁ ପ୍ରସ୍ତୁତ କରୁଥିବା ରୋହିତ କହିଛନ୍ତି, ଟେଷ୍ଟ କ୍ରିକେଟରେ ଓପନିଂ ହେଉ କି ଅନ୍ୟ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ମୁଁ ସର୍ବଦା ପ୍ରସ୍ତୁତ। ଅଧିନାୟକ, ଉପଅଧିନାୟକ ଅବା ମ୍ୟାନେଜ୍ମେଣ୍ଟ ମୋତେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ଦେଲେ; ସେଥିପାଇଁ ପ୍ରସ୍ତୁତ ରହିଛି। ଟେଷ୍ଟ ଦଳରେ ସ୍ଥାନ ପାଇବା ନେଇ ବହୁତ ଖୁସି। ଓପନିଂ ସ୍ଥାନ ପରିବର୍ତ୍ତନ ହେଲେ ମଧ୍ୟ ମୁଁ ଅନ୍ୟ ପୋଜିସନରେ ଖେଳିବା ନେଇ ଉତ୍ସାହିତ ଅଛି। ଅଷ୍ଟ୍ରେଲିଆ ଗସ୍ତରେ ଶେଷ ୩ ମ୍ୟାଚରେ ବିରାଟଙ୍କ ଅନୁପସ୍ଥିତିରେ ମୋତେ ଓପନ୍ କରିବା ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ମୁଁ ନିଜକୁ ପ୍ରସ୍ତୁତ ବୋଲି କହିଛନ୍ତି ରୋହିତ ।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0