ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ପାର୍ଥି ହେବାକୁ ଯାଉଥିବା ବେଳେ ତାଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ଜୋ ବିଡେନ୍ । କରୋନା ସଂକଟ ଭିତରେ ମଧ୍ୟ ଆମେରିକାରେ ଏବେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଅଛି । ଦେଶର ପରିସ୍ଥିତିକୁ ଆଖିରେ ରଖି ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ଡୋନାଲ୍ଡ ଟ୍ରମ୍ପ ମତ ରଖିଥିବା ବେଳେ ଏହାର କଡା ବିରୋଧ କରାଯାଇଛି । ଆମେରିକା ସମ୍ବିଧାନ ନିୟମ ଅନୁଯାୟୀ ଟ୍ରମ୍ପ ଏମିତି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ମତ ପ୍ରକାଶ ପାଇଛି ।
୨୦୧୮ରେ ଆମେରିକାରେ ହୋଇଥିବା ମଧ୍ୟମ କାଳୀନ ନିର୍ବାଚନରେ ଏକ ତଥ୍ୟ ସାମ୍ନାକୁ ଆସିଥିଲା । ତଥ୍ୟ ଆଧାରରେ, ଆମେରିକାରେ ପ୍ରାୟ ୪୧ ଲକ୍ଷ ଭାରତୀୟ ମୂଳ ବାସିନ୍ଦା ରହୁଛନ୍ତି । ସେମାନଙ୍କ ଭିତରୁ ପ୍ରାୟ ୪୪ ପ୍ରତିଶତ ନାଗରୀକ ଏମିତି ଅଛନ୍ତି , ଯେଉଁମାନେ ସେଠାକାର ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ଅଟନ୍ତି । ଅର୍ଥାତ୍ ପାଖାପାଖି ୧୫ ଲକ୍ଷ ଲୋକ ୨୦୨୦ରେ ହେବାକୁ ଥିବା ନିର୍ବାଚନରେ ଭୋଟ ଦେବାକୁ ଯାଉଛନ୍ତି । ଭାରତୀୟ ମୂଳ ବାସିନ୍ଦାର ଭୋଟ୍ ଏବେ ଆମେରିକା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି । ତେଣୁ ଏବେଠାରୁ ଏମାନଙ୍କୁ ପ୍ରଭାବିତ କରିବା ପାଇଁ ପ୍ରତି ଦଳ ଲାଗିପଡିଲେଣି ।
ସେଠାରେ ଥିବା ଭାରତୀୟ ମୂଳ ବାସିନ୍ଦା ଏଚୱାନବି ଭିସା, ନାରୀ ନିର୍ଜାତନା, ପ୍ରବାସୀଙ୍କ ପ୍ରତି ଆକ୍ରମଣ, ଆମେରିକାର ଗନ କଲ୍ଚର ଉପରେ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି । ଏବେ ଏହିସବୁ କାରଣ ଉପରେ ସେମାନଙ୍କର ଚୟନ ନିର୍ଭର କରିବ ବୋଲି ଆଶା କରାଯାଉଛି । ଆମେରିକା ରିପବ୍ଲିକ୍ ପାର୍ଟି ଏବଂ ଡେମୋକ୍ରାଟିକ୍ ପାର୍ଟି ତରଫରୁ ଭାରତୀୟମାନଙ୍କୁ ପ୍ରଲୋଭନ କରାଯାଉଛି । ଜୋ ବ୍ରିଡେନଙ୍କ ପାର୍ଟି ତରଫରୁ ସ୍ଲୋଗାନ (ଆମୋରିକା ନେତା କିପରି ହେବା ଦରକାର? ବ୍ରିଟେନ ପରି ହେବା ଦରକାର) କୁ ଗୁଜୁରାଟ, ମରାଠୀ, ତମିଲ, ପଞ୍ଜାବୀ ପରି ଭାଷାରେ ଅନୁବାଦ କରି ଦିଆଯାଉଛି । ବେଳେବେଳେ ମୋଦି ସରକାରଙ୍କ ଆଲୋଚନା, ଭାରତର ବିଦେଶ ନୀତି ବିଷୟରେ ଆଲୋଚନା କରୁଛନ୍ତି ବ୍ରିଡେନ । ସେପଟେ ଟ୍ରମ୍ପ ଆମେରିକାରେ ମୋଦିଙ୍କୁ ସଚ୍ଚା ଦୋସ୍ତ କହିବା, କରୋନା ସଙ୍କଟରେ ଭାରତକୁ ପ୍ରଶଂସା କରିବା ଏବଂ ନମସ୍ତେ ଟ୍ରମ୍ପ ତଥା ହାଓଡି ମୋଦୀ କାର୍ଯ୍ୟକ୍ରମକୁ ମୁଖ୍ୟ ମୁଦ୍ଦା କରି ଭାରତୀୟଙ୍କୁ ପ୍ରଭାବିତ କରିବାକୁ ଲାଗିଛନ୍ତି । ସୂଚନା ମୁତାବକ ଗତ ୨୦୧୬ ନିର୍ବାଚନରେ ପ୍ରାୟ ୭୦ ପ୍ରତିଶତ ଭାରତୀୟ ହିଲାରୀଙ୍କୁ ଭୋଟ ଦେଇଥିଲେ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0