ବାସୁଦେବପୁର : ଆଉ ଏକ ଠକେଇ କାରବାରର ପର୍ଦ୍ଧ।ପାସ କରିଛି ବାସୁଦେବପୁର ପୋଲିସ। ଗତ କିଛି ଦିନ ତଳେ ୧ କ୍ବିଣ୍ଟାଲ ଗଞ୍ଜେଇ ଗାଡିକୁ ଧରିବାରେ ସଫଳ ହୋଇଥିଲେ। ପୁଣି ଏଥର ଜାଲ ନୋଟ କାରବାରର ପର୍ଦ୍ଧ।ଫାସ କରିଛି ବାସୁଦେବପୁର ପୋଲିସ।
ଏହି କାରବାର ପୁଣି ଚାଲିଥିଲା ନୋଟ୍ ବନ୍ଦର ଭୟ ଦେଖାଇ। ଗତ କିଛି ବର୍ଷ ହେବ ଏହିପରି ବାସୁଦେବପୁର ତଥା ଆଖପାଖ ଅଂଚଳରୁ ଏହି ଜାଲନୋଟ୍ କାରବାର କରୁଥିଲେ ଠକମାନେ। ଏଥର କିନ୍ତୁ ପୋଲିସ୍ ପଞ୍ଝାରେ ପଡିଛନ୍ତି। ଏହି କାର୍ଯ୍ୟରେ ସଂପୃକ୍ତ ଥିବା ଠକଙ୍କ ସମେତ ଅସଲି ନଗଦ ନୋଟ୍ ୭୨ ହଜାର ଏବଂ ନକଲି ନୋଟ୍ ୪୨ ହଜାର ଟଙ୍କାକୁ ପୋଲିସ୍ ଜବତ କରିଛି। ଏହି କାର୍ଯ୍ୟରେ ବ୍ୟବହାର କରାଯାଇଥିବା ଏକ ଡିଜେଆର୍ କାରକୁ ମଧ୍ୟ ପୋଲିସ୍ ଜବତ କରିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0