ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଡ଼ିଆଁ ପର୍ବ ଜୋର ଧରିଛି । ଶାସକ ତୃଣମୂଳ କଂଗ୍ରେସର କେତେଜଣ ନେତା ଓ କର୍ମୀ କିଛିଦିନ ମଧ୍ୟରେ ଭାଜପାରେ ସାମିଲ ହୋଇଛନ୍ତି । ସେହିପରି ୨୦୧୯ରେ ଭାଜପାରେ ଯୋଗ ଦେଇଥିବା ଟିଏମିସର ଦୁଇଜଣ ପୂର୍ବତନ ବିଧାୟକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାପରେ ସେମାନଙ୍କ ଘରବାହୁଡ଼ା ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇଜଣ ବିଧାୟକ ହେଉଛନ୍ତି ବିଶ୍ୱଜିତ ଦାସ ଏବଂ ସୁନୀଲ ସିଂ । ବିଧାୟକ ଦୁଇଜଣ ନିଜ ନିଜ ନୀର୍ବାଚନମଣ୍ଡଳୀର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କଥା କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0