ଉତ୍ତରାଖଣ୍ଡ ହିମସ୍ଖଳରେ ୨ ଓଡ଼ିଆ ନିଖୋଜ । ନିଖୋଜ ଥିବା ୨ ଓଡିଆ ଯୁବକଙ୍କ ନାଁ ଘୋଷଣା କରାଯାଇଛି। ନିଖୋଜ ବ୍ୟକ୍ତି ହେଲେ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ପଞ୍ଚାୟତର କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ଏବଂ ଅନ୍ୟଜଣେ ହେଲେ ମୟୂରଭଞ୍ଜର ଖୁଣ୍ଟା ବ୍ଲକର ପଶୁରାମ ହାଁସଦା।ଉତ୍ତରାଖଣ୍ଡ ଜଳ ପ୍ରଳୟକୁ ୭୨ ଘଣ୍ଟା ବିତିଗଲାଣି । ଏବେ ବି ତପୋବନ ଟନେଲରେ ଫସିଛନ୍ତି ୩୫ରୁ ଅଧିକ ଲୋକ। ଉଦ୍ଧାର କାର୍ୟ୍ୟରେ ୬୦୦ରୁ ଊର୍ଦ୍ଧ୍ୱ ଯବାନ ସାମିଲ ହୋଇଛନ୍ତି ।ଉତ୍ତରାଖଣ୍ଡରେ ଜଳ ତାଣ୍ଡବ ଯୋଗୁ ଅନେକ ଜୀବନ ଯାଇଥିବା ବେଳେ ବହୁ ଧନସମ୍ପତ୍ତି ହାନି ଘଟିଛି । ସେପଟେ ଅଳକନନ୍ଦା ଓ ଋଷିଗଙ୍ଗା ବନ୍ୟାରେ ପ୍ରଭାବିତ ଗ୍ରାମଗୁଡ଼ିକରେ ଖାଦ୍ୟ, ଔଷଧ ଆଦି ଜରୁରିକାଳୀନ ସୁବିଧା ପହଞ୍ଚାଉଛନ୍ତି ଯବାନ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0