spot_img

ଆସାମରେ ୨ଟି, ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

ଆଗକୁ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏନେଇ ଜାରତୀୟ ନିର୍ବାଚନ କମିଶନର ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିସହ ଆସାମ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି । ଆସାମରେ ୨ଟି ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ଭୋଟର ସରକାର ବାଛିବେ । କମିଶନର ତାମିଲନାଡ଼ ଓ ପଣ୍ଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ଭୋଟ କରିବା ଉପରେ ବିଚାର କରୁଛନ୍ତି । ୫ ରାଜ୍ୟରେ କେବେ ଭୋଟ ହେବ ସେନେଇ କମିଶନ ଫେବୃଆରୀ ୧୫ପରେ ଘୋଷଣା କରିବେ । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ତାମିଲନାଡ଼ୁରେ ମେ ୨୪, ପଶ୍ଚିମବଙ୍ଗରେ ମେ ୩୦,ଆସାମରେ ମେ ୩୧, ପଡ଼ୁଚେରୀରେ ଜୁନ ୮ଓ କେରଳରେ ଜନୁ ୧ ତାରିଖ ଦିନ ସରକାରଙ୍କ କାର୍ଯ୍ୟକାଳ ସରୁଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular