spot_img

ବନ୍ୟାଜଳରେ ଭାସିଗଲା ୨ ଟ୍ରକ ଓ ଗୋଟିଏ କାର , ୨ ମୃତ ଦେହ ଉଦ୍ଧାର

ଆନନ୍ଦପୁର: ଲଘୁଚାପ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପୁଜିଥିବା ବନ୍ୟାରେ ୨ଟି ଟ୍ରକ ଓ ଗୋଟିଏ କାର ଭାସିଯାଇଛି । ଏଥିରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ବନ୍ୟା ଯୋଗୁଁ ଏକ ଟ୍ରକ ଭାସିଯିବାରୁ ଏଥିରେ ଥିବା ଚାଳକଙ୍କ ମୃତ୍ୟୁ ହୋଇଛି । ବୈତରାଣୀ ନଦୀ ନିକଟ ଏକ କଲଭର୍ଟ ଉପରେ ଟ୍ରକ ଯାଉଥିବା ବେଳେ ବର୍ଷା ଜଳ ଭସାଇ ନେଇଛି । ଚାଳକ ପାଣିକୁ ନଡ଼ରି ଟ୍ରକ ଚଳାଇ ଥିବାରୁ ଏଭଳି ଦୁର୍ଘଟଣା ଘଟିଛି ।

କେନ୍ଦୁଝର ଜିଲ୍ଲା ପାଟଣା ବଜାର ନିକଟସ୍ଥ ମଙ୍ଗଳପୁର ନାଳ ପୋଲ ଉପରେ ଲଗାଣ ବର୍ଷାରେ ୩ ଫୁଟ ଉଚରେ ପାଣିରେ ସ୍ରୋତ ଚାଲିଛି । ଫଳରେ ରାଞ୍ଚି-ବିଜୟୱାଡ଼ା ରାସ୍ତାରେ ଗମନାଗମନ ଠପ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣସଡ଼ିହା ପଚାଂୟତର ଜଂଜାଳି ଗାଁ ନିକଟରେ ଜଣେ କାର ଚାଳକଙ୍କ ମୃତଦେହ ପୋଲ ଠାରୁ ୨୦୦ ମିଟର ଦୂରରେ ଥିବା ଏକ ବୁଦା ଭିତରୁ ଉଦ୍ଧାର କରାଯାଇଛି । ଗତକାଲି ରାଞ୍ଚି ନାଳର ପୋଲ ଉପରେ ପାଣି ଯାଉଥିଲା । କାର ଚାଳକ ପାଣିକୁ ନଡ଼ରି କାର ଚଳାଇଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଇଛି । ଆଜି ଅପରାହ୍ନ ପ୍ରାୟ ୩ଟାରେ ପୋଲ ଉପରେ ଯାଉଥିବା ସ୍ଥାନୀୟ ଲୋକ ୧୦୦ ମିଟର ଦୂରରେ ଏକ କାର ପଡ଼ିଥିବା ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular