ଅନଲାଇନରେ କ୍ୟାବ ସେବା ଯୋଗାଉଥିବା ଉବେର ଏବେ ବଜେଟ ଅନୁସାରେ ଅଟୋ ସେବା ମଧ୍ୟ ଗ୍ରାହକଙ୍କୁ ଯୋଗାଇବ । ଲୋଙ୍କକ ଚାହିଦା ଅନୁଯାୟୀ ଉବେର ବୁଧବାରରୁ ଭାରତରେ ୨୪ଘଣ୍ଟିଆ ସେବା ଯୋଗାଇବ । ଏବି ସେବା ମାଧ୍ୟମରେ ଅଟୋ ଏବଂ ଏହାର ଡ୍ରାଇଭରକୁ ଅନେକ ଘଣ୍ଟା ଧରି ଗ୍ରାହକ ବୁକ କରିପାରିବେ । ଏଥିସହ ବିଭିନ୍ନ ଷ୍ଟପରେ ରହିବା ପାଇଁ ମଧ୍ୟ ସୁଯୋଗ ପାଇ ପାରିବେ ବୋଲି କମ୍ଫାନୀ କହିଛି । ଏହି ସେବା ଏବେ ବାଙ୍ଗାଲୁରୁରେ ରହିଛି । ଏଥିସହ ଦିଲ୍ଲୀ ଏନଏସିଆର ,ମୁମ୍ବାଇ,ହାଇଦ୍ରାବାଦ,ଚେନ୍ନାଇ, ଓ ପୁନେରେ ମଧ୍ୟ ଉପଲବ୍ଧ । ଏ ନେଇ ଉବେର ଇଣ୍ତିଆ ଓ ସାଉଥ ଏସିଆର ମାର୍କେଟ ପ୍ଲେସ ଏବଂ କ୍ୟାଟେଗ୍ୟାରେି ପ୍ରମୁଖ ନୀତିଶ ଭୁଷଣ କହିଛନ୍ତି ଆମେ ଯାତ୍ରୀଙ୍କ ଆବଶ୍ୟକତା ପାଇଁ ସଦାସର୍ବଦା ଅଛୁ । ଏଥିରେ କମ୍ ଦାମ ସହ ସ୍ୱାସ୍ଥ୍ୟକୁ ମଧ୍ୟ ଧ୍ୟାନରେ ରଖାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0