ତିରୁପତି: ଗୁରୁବାର ‘ହାଟସନ୍ ଡାଇରି’ ୟୁନିଟରେ ଆମୋନିଆ ଗ୍ୟାସ୍ ଲିକ୍ କରିବା ଯୋଗୁଁ ୧୪ ଜଣ ମହିଳାଙ୍କ ସମେତ ୨୦ ଜଣ ଅସୁସ୍ଥ ହୋଇପଡିଛନ୍ତି । ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲାର ପୁତଳପଟ୍ଟୁ ନିକଟ ଏମ୍.ବଣ୍ଡାପଲ୍ଲ୍ୀ ଗ୍ରାମରେ । ସମସ୍ତେ ଠିକା କର୍ମଚାରୀ ଭାବେ ନାଇଟ ଡ୍ୟୁଟି କରୁଥିବା ବେଳ ରାତି ପ୍ରାୟ ୯.୩୦ ବେଳକୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଅସୁସ୍ଥ ମହିଳାମାନଙ୍କୁ ଚିତ୍ତୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଖବର ପାଇବା ପରେ ଜିଲ୍ଲାପାଳ ନାରାୟଣ ଗୁପ୍ତ ଏବଂ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ସେନ୍ଧିଲ୍ କୁମାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଘଟଣାର ଯାଞ୍ଚ ପାଇଁ ସରକାରୀ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0