ଦୁବାଇ : ୨୦୨୧ ଟି-୨୦ ବିଶ୍ୱକପର ଆୟୋଜନ ଭାରତ କରିବାକୁ ଯାଉଛି । ସେହିପରି ୨୦୨୨ ଟି-୨୦ ଅଷ୍ଟ୍ରେଲିଆ ଆୟୋଜନ କରିବ । ଶୁକ୍ରବାର ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୧ ଆଇସିସି ଟି-୨୦ ବିଶ୍ୱକପ୍ ଅକ୍ଟୋବର- ନଭେମ୍ବରରେ ଖେଳାଯିବ । ନଭେମ୍ବର ୧୪ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବା ପାଇଁ ନିଷ୍ପତ୍ତି ହୋଇଛି । ସାଧାରଣତଃ ମାର୍ଚ- ଏପ୍ରିଲରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପ ମଧ୍ୟ ଅକ୍ଟୋବର ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି । କରୋନା କଟକଣା ପାଇଁ ଟି-୨୦ ବିଶ୍ୱକପ୍ ସମୟ ଘୁଞ୍ଚିଥିବା ବେଳେ ୨୦୨୧ରେ ଭାରତ ତାହାକୁ ଆୟୋଜନ କରିବା ପାଇଁ ଆଇସିସି ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ପରେ ଆଇପିଏଲ ପାଇଁ ରାସ୍ତା ଉନ୍ମୁକ୍ତ ହୋଇଛି । ଆଗାମୀ ସେପଟେମ୍ବରରୁ ଆଇପିଏଲ ଲାଗି ଯୋଜନା କରାଯିବ ଏବଂ ଆଗାମୀ ସେପଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ ଆରମ୍ଭ ହେବାକୁ ଯାଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0