spot_img

ରାଜ୍ୟରେ ୬ହଜାର ଟପିଲା କରୋନା ଆକ୍ରାନ୍ତ, ୨୧ ଜିଲ୍ଲାରୁ ଆଉ ୨୧୮ ନୂଆ ପଜିଟିଭି

ଆଜି ୨୧ ଜିଲ୍ଲାରୁ ୨୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଛି । ଏମାନଙ୍କ ଭିତରୁ ୨୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ୨୧୮ ପଜିଟିଭିଙ୍କ ମଧ୍ୟରେ ୭ ଜଣ ଏନଡିଆରଏଫ କର୍ମଚାରୀ ଅଛନ୍ତି । ଅମ୍ପାନର ପୁନରୁଦ୍ଧାର ପାଇଁ ଏମାନେ ପଶ୍ଚିମବଙ୍ଗ ଯାଇଥିଲେ । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଂଜାମରୁ ସର୍ବାଧିକ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରର ୨୯ ଜଣ, ଗଜପତିରୁ ୨୭ ଜଣ, ଭଦ୍ରକରୁ ୨୫ ଜଣ,ସୁନ୍ଦରଗଡରୁ ୧୧ ଜଣ,ପୁରୀରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପିରି ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ,ଯାଜପୁର, ବୌଦ୍ଧ,କୋରାପୁଟ ଜଣେ ଲେଖାଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭ ଜଣ, ମୟୁରଭଂଜରୁ ୯ ଜଣ,ସମ୍ବଲପୁରରୁ ୨ ଜଣ,କେନ୍ଦ୍ରାପଡାରୁ ୬ ଜଣ,ନୂଆପଡାରୁ ୨ ଜଣ,ଝାରସୁଗୁଡାରୁ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏବେ ରାଜ୍ୟରେ ମୋଟ୍ ୪୨୯୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୬୫ ରହିଛି।ସେହିପରି ୧୭ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular