ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମଦ କରବାର । ଯାହାକୁ ରୋକିବାକୁ ଅଣ୍ଟା ଭିଡିଛି ହିଞ୍ଜିଳି ଥାନା ପୋଲିସ । ଗତ କିଛି ଦିନ ତଳେ ହିଞ୍ଜିଳି ପୋଲିସ ବିପୁଳ ପରିମାଣର ମଦ ଜବତ କରିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଦୁର୍ବନ୍ଧ ଗ୍ରାମରୁ ୨୬ ଲିଟର ବିଦେଶୀ ମଦ ଜବତ କରିଛି । ଏହାସହ ହିଞ୍ଜିଳି ଥାନାରେ କେସ୍ ନଂ ୪୨୮/୨୦ରେ ଏକ ମାମଲା ରୁଜୁ କରି ନରହରି ବେହେରାଙ୍କୁ ହିଞ୍ଜିଳି ପୋଲିସ ଗିରଫ କରିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0