ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୯୪୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୮୨୬ ଜଣ କ୍ୱରେଣ୍ଟାଇନରେ ଥିବା ବେଳେ ୧୧୩୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୮୧୪୭୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୮୮ଜଣ, ବରଗଡ ଜିଲ୍ଲାରୁ ୬୨ଜଣ, ଭଦ୍ରକ ଜିଲ୍ଲାରୁ ୬୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୭ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୫୮୯ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୧୭୯ଜଣ, ଜଗତସିଂହପୁର ଜିଲ୍ଲାରୁ ୫୧ଜଣ, ଯାଜପୁର ଜିଲ୍ଲାରୁ ୨୧୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୦ଜଣ, କନ୍ଧମାଳ ଜିଲ୍ଲାରୁ ୩୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୬ଜଣ, କେନ୍ଦୁଝର ଜିଲ୍ଲାରୁ ୩୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୭୪ଜଣ, କୋରାପୁଟ ଜିଲ୍ଲାରୁ ୧୮୧ଜଣ, ମାଲକାନଗିରି ଜିଲ୍ଲାରୁ ୭୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୬ଜଣ, ନୟାଗଡ଼ ଜିଲ୍ଲାରୁ ୯୩ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୮୬ଜଣ, ରାୟଗଡା ଜିଲ୍ଲାରୁ ୧୪୩ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୪ଜଣ, ସୋନପୁର ଜିଲ୍ଲାରୁ ୨୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୧ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟରେ ମୋଟ ୮୧୪୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୬,୬୦୨ଟି ଆକ୍ଟିଭ କେସ୍ ରହିଥିବା ବେଳେ ୫୪,୪୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୩୬୩୬୦୨ଟି ସାମ୍ପୁଲ ଟେଷ୍ଟ ହୋଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0