ନୂଆଦିଲ୍ଲୀ: ସ୍ୱିସୀ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳାଧନର ଦ୍ୱିତୀୟ ତାଲିକା ଲାଗିଛି ଭାରତ ହାତରେ । ସ୍ୱିଜରଲ୍ୟାଣ୍ଡ ସହ ହୋଇଥିବା ଅଟୋମେଟିକ୍ ଇନଫର୍ମେସନ୍ ଏକ୍ସଚେଞ୍ଜ ଫ୍ୟାକ୍ଟ ଚୁକ୍ତି ଜରିଆରେ ଭାରତ ହାତରେ ଏହି ତଥ୍ୟ ଲାଗିଥିବା ସୂଚନା ମିଳିଛି । ଭାରତକୁ ସ୍ୱିସ୍ ଆକାଉଣ୍ଟରେ ଥିବା ଖାତା ସମ୍ବନ୍ଧୀୟ ସୂଚନା ପ୍ରଥମେ ସେପ୍ଟେମ୍ବର ୨୦୧୯ରେ ପ୍ରାପ୍ତ ହୋଇଥିଲା । ବିଶ୍ୱରେ ସ୍ୱିଜରଲ୍ୟାଣ୍ଡ ଫେଡରାଲ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ ତଥ୍ୟ ଆଦାନ ପ୍ରଦାନ ପାଇଁ ଚୁକ୍ତି ହୋଇଥିବା ୮୬ ଦେଶ ମଧ୍ୟରୁ ଭାରତ ଅନ୍ୟତମ । ଏଫଟିଏ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୮୦ଟି ଦେଶ ସହିତ ପ୍ରାୟ ୩୧ ଲକ୍ଷ ବ୍ୟାଙ୍କ ଖାତାର ସୂଚନା ସେୟାର କରାଯାଇଛି । ତେବେ ଭାରତକୁ ନେଇ ବିଜ୍ଞପ୍ତିରେ କୌଣସି ପୃଥକ ସୂଚନା ଦିଆଯାଇ ନାହିଁ । ତେବେ ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ କୁହାଯାଇଛି ଯେ, ଭାରତ ହେଉଛି ସେହି ପ୍ରମୁଖ ଦେଶମାନଙ୍କ ମଧ୍ୟରୁ ଜଣେ ଯହାସହ, ଏଫଟିଏ ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ସେୟାର କରିଛି । ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ସ୍ୱିସ୍ ବ୍ୟାଙ୍କରେ ଥିବା ଖାତା ମଧ୍ୟରୁ ଭାରତୀୟଙ୍କ ସହ ଯୋଡ଼ି ହୋଇ ରହିଥିବା ଖାତା ଅନେକ । ଏହା ପୂର୍ବରୁ ୧୦୦ ଜଣ ଭାରତୀୟଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଭାରତ ସହ ସେୟାର କରିଥିଲା ସ୍ୱିସ୍ ବ୍ୟାଙ୍କ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0