spot_img

ଦେଶରେ ଦିନକରେ ୭୦,୪୯୬ ଆକ୍ରାନ୍ତ,୯୬୪ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ୯୨୬ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭ହଜାର ୪୧୬ କୁ ବୃଦ୍ଧି ପାଇଛି । ସେପଟେ ୨୪ ଘଣ୍ଟାରେ ୭୩ ହଜାର ୨୭୨ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ୭୯ ହଜାର ୪୨୪କୁ ବୃଦ୍ଧି ପାଇଛି । ଦେଶରେ ୮ଲକ୍ଷ ୮୩ ହଜାର ୧୮୫ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୫୯ଲକ୍ଷ ୮୮ ହଜାର ୮୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ ପକ୍ଷରୁ ସୂଚନା ମିଳିଛି । ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୭୨ ହଜାର ୧୪୧ କୁ ବୃଦ୍ଧି ପାଇଛି । ମୋଟ କରୋନା ଆକ୍ରାନ୍ତ ୩ କୋଟି ୭୦ ଲକ୍ଷ ୯୧ ହଜାର ୪୬୭ ରହିଛି । ସେପଟେ ସମଗ୍ର ବିଶ୍ୱରୁ ୨ କୋଟି ୭୮ ଲକ୍ଷ ୭୯ ହଜାର ୧୮୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular