spot_img

୩ ବାରହା ଶିକାରୀ ଗିରଫ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ ସମାକୋଇ ସଂରକ୍ଷିତ ଜଙ୍ଗଲରୁ ୩ ବାରହା ଶିକାରୀ ଗିରଫ । ଏହା ସହ ବାରହା ମାଂସ ଏବଂ ବାରହା ଶିକାରରେ ବ୍ୟବହୃତ ବିଦ୍ୟୁତ ତାର, କାଚ ବୋତଲ ଏବଂ କାଠ ଖୁଣ୍ଟି ଜବତ  କରିଛି  ବନବିଭାଗ ।

ଖବର ଅନୁଯାୟୀ, ଅନେକ ସମୟରେ ସମାକୋଇ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ତାର ବିଛାଇ ବାରାହା ଶିକାର କରାଯାଉଥିବା ଦେଖିବାକୁ ମିଳୁଛି । ବାରହା ଶିକାର ଅଭିଯୋଗରେ ଖୁଣ୍ଟାପଡା ଗାଁର ଜିତୁ ମୁଖୀ, ଗୁଣ୍ଡୁରିଯୋଡା ଗାଁର ପାପୁ ମୁଣ୍ଡା ଓ କୁଲାଡେରା ଗାଁର ବୁଦ୍ଧୁ ମୁଣ୍ଡାଙ୍କୁ ଗିରଫ କରିଛି ବନବିଭାଗ । ତେବେ ଅନ୍ୟ ୨ ଜଣ ଶିକାରୀ  ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିବା ଜଣା ପଡିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular