spot_img

ତିନି ଦିନ ଧରି ଚାଲିଛି ଗଞ୍ଜେଇ ନଷ୍ଟ ଅଭିଯାନ

କନ୍ଧମାଳ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗର ମିଶନ କ୍ଲିନ ଗଞ୍ଜେଇ । ଲଗାତର ତିନିଦିନ ଧରି ବାଲିଗୁଡା ଅଞ୍ଚଳରେ ଚାଲିଛି ଗଞ୍ଜେଇ ନଷ୍ଟ ଅଭିଯାନ। ସିନ୍ଦ୍ରିଗାଁ ପଞ୍ଚାୟତ ଅଞ୍ଚଳରେ ୧୭୫ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ପ୍ରାୟ ୧କୋଟି ୭୫ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି। ସେହିପରି ଗତ ୧୫ଦିନ ମଧ୍ୟରେ ବାଲିଗୁଡ଼ା ଅଞ୍ଚଳରେ ୫୯୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞେଇ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି । ସେପଟେ ଆକ୍ସନ ମୋଡରେ ଅନୁଗୁଳରେ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ । ଖୋଲାରେଗଡା ଘଞ୍ଚ ଜଙ୍ଗଲରେ ୧୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ। ନଷ୍ଟ ଗଞ୍ଜେଇ ଚାଷର ମୁଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular