spot_img

ଡକାୟତି ଅଭିଯୋଗରେ ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

ସୋର : ଡକାୟତି ଅଭିଯୋଗରେ ୩ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୪୦୦ଗ୍ରାମ୍ ସୁନା ଜବତ ହୋଇଛି । ସେମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ଖବର ଅନୁଯାୟୀ, ଗତ ୫ତାରିଖରେ ଜାତୀୟ ରାଜପଥ-୧୪ର ବିଦୁଠାରେ ଏକ ଲୁଟ୍‌ ମାମଲା ହୋଇଥିଲା । ଯେଉଁଥିରେ ଜଣେ ଗହଣା ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ୬୦୦ଗ୍ରାମ ସୁନା ଲୁଟି ନେଇଥିଲେ ଲୁଟେରା । ସେବେଠାରୁ ପୋଲିସ ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା , ଏବଂ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଏପରିକି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୬ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା ପୋଲିସ । ଶେଷରେ ୩ଜଣଙ୍କୁ ଗିରଫ କରିବାରେ ସକ୍ଷମ କରିଛି ପୋଲିସ ।

ଗିରଫ ଅଭିଯୁକ୍ତମାନେ ଇଞ୍ଜିନିୟରିଂ ଛାତ୍ର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି  । ଗିରଫ ପରେ ସେମାନଙ୍କ ନିଟକରୁ ୪୦୦ଗ୍ରାମ ସୁନା ସହ ଏକ ମାରଣାସ୍ତ୍ର ଜବତ କରିଛି । ତେବେ ଏହି ଲୁଟ୍‌ ମାମଲା କିଏ କିଏ ସାମିଲ , ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular