spot_img

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

ଦୁବାଇ: ଚଳିତ ଆଇପିଏଲର-୧୩ର ଆଜି ୪୫ ତମ ମ୍ୟାଚ । କଲିକତା ନାଇଟ ରାଇଡର୍ସ ବିପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି । ତେବେ ଟସ ଜିତି କିଙ୍ଗସ ଏକାଦଶ ପଞ୍ଜାବ ବୋଲିଂ ନିଷ୍ପତି ନେଲା । ତେବେ ଉଭୟ ଦଳ ନିଜ ସ୍ଥାନ ସୁଦୃଢ କରିବା ଲକ୍ଷରେ ଆଜିର ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ଇୟନ ମୋର୍ଗାନଙ୍କ ନେତୃତ୍ୱାଧିନ କଲିକତା ନାଇଟ ରାଇର୍ଡସ ଦଳରେ ଆଣ୍ଡୁ୍ୟ ରସେଲ, ଶୁଭମାନ ଗିଲଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଦଳରେ ଅଛନ୍ତି ।

ଅନ୍ୟପଟେ କିଙ୍ଗସ ଏକାଦଶ ଦଳରେ କେଏଲ ରାହୁଲ, କରୁଣ ନାୟାର, ମୟଙ୍କ ଅଗ୍ରୱାଲ, ଗ୍ଲେନ ମ୍ୟାକ୍ସୱେଲ ଓ ନିକୋଲାସଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଆଜିର ମ୍ୟାଚ ଖେଳୁଛନ୍ତି । ତେବେ ଆଜିର ମ୍ୟାଚ ଉଭୟ ଦଳଙ୍କ ମଧ୍ୟରେ କଡା ଟକ୍କର ହେବା ପାଇଁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular