ଭୁବନେଶ୍ୱର: ରାଜ୍ୟରେ ୨୦ଟି ସାଇନ୍ସ ପାର୍କ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ଟି, ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ନିର୍ମାଣ ହେବ। ଗୋଟିଏ ସାଇନ୍ସ ପାର୍କ କରିବା ପାଇଁ ୩୦ ମାସ ସମୟ ଲାଗିବ। ତେବେ ୩୦ଟି ଜିଲ୍ଲାରେ ୩୦ଟି ବିଜ୍ଞାନ କେନ୍ଦ୍ର ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି। ସମସ୍ତ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୌର ସଂସ୍ଥାକୁ ହସ୍ତାନ୍ତର କରାଯିବ।
ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୁଇଟି ପ୍ଲାନେଟରିୟମ କାର୍ଯ୍ୟକ୍ଷମ ରହିଛି। ସେହିଭଳି ବାରିପଦା , କେନ୍ଦୁଝର, ଗୋପାଳ ପୁରୀ, ଓ ରାୟଗଡାରେ ପ୍ଲାନେଟୋରିୟମ କରିବା ପାଇଁ ପାଇପ ଲାଇନରେ ରହିଛି। ଅତୀତରେ ରାଉରକେଲା ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବୋଲି ଗୃହରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0