ବଲାଙ୍ଗୀର : ଦୁଇ ଯୁବକଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା । ପୋଲିସ ଘଟଣାରେ ୪ଜଣ ଆକ୍ରମଣ କାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଜିତେନ୍ଦ୍ର କୁମ୍ଭାର, ନୀରଜ୍ ହରପାଲ୍,ନିରାକାର ବାଗ୍ ଓ ସୁରେଶ ହରପାଲ୍ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗତ ତାରିଖ ଦିନ ଟାଉନ୍ ଥାନା ମଦନ ଗୁଡିଆ ଛକ ନିକଟରେ ୨ଜଣ ଯୁବକ (ତୁଷାରକାନ୍ତ ପାଢୀ ଓ ଗରିବ ପାଣ୍ଡେ)ଙ୍କୁ ଲୁହା ରଡ୍ରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ୨ଜଣ ଯୁବକ ଲହୁଲୁହାଣ ହୋଇଥିବା ବେଳେ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଆକ୍ରମଣ ସମ୍ପର୍କ ଟାଉନ୍ ଥାନା ପୋଲିସ ଜାଣିପାରି ଘଟଣାସ୍ଥଳରେ ପହଞ୍ଚିଥିଲା । ଅଚେତ ଅବସ୍ଥାରେ ପଡିଥିବା ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ବଲାଙ୍ଗୀର ମେଡିକାଲ ଓ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଥିଲା ।
ସେପଟେ ଘଟଣାସମ୍ପର୍କରେ ଛାନ୍ଭିନ୍ ଆରମ୍ଭ କରିଥିଲା ପୋଲିସ । ବିଭିନ୍ନ ଲୋକଙ୍କ ଠାରୁ ତଥ୍ୟ ଓ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରାଯାଇଥିବା ପୋଲିସ ପକ୍ଷରୁ ପ୍ରେସ୍ମିଟ୍ ଜରିଆରେ ସୂଚନା ଦିଆଯାଇଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ବାଇକ୍ ମଧ୍ୟ ଜବତ କରିଛି ପୋଲିସ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0