ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗାଁର ଯଜାତି ପଟ୍ଟଯୋଶୀଙ୍କ ଘରୁ ବଡ ଧରଣର ଲୁଟ୍ । ଲୁଟେରାମାନେ ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ପ୍ରାୟ ୪୦ଭରି ସୁନା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏଥିସହ ଗୋଟିଏ ବୁଲେଟ୍ ଓ ଟିଭି ମଧ୍ୟ ଲୁଟେରାମାନେ ନେଇଯାଇଛନ୍ତି।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୫ଜଣ ଲୁଟେରା ମୁଖା ପିନ୍ଧି ଯଯାତି ପଟ୍ଟଯୋଶୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ଏହାପରେ ଘରେ ଥିବା ପ୍ରାୟ ୪୦ ଭରି ସୁନା ସହ ଏକା ବୁଲେଟ୍ ଓ ଟିଭି ମଧ୍ୟ ଲୁଟି ନେଇଛନ୍ତି। ଏହାବ୍ୟତୀତ ଯଜାତିଙ୍କ ଘରେ ଏକ କାର୍ ଥିବା ଦେଖି ଲୁଟେରାମାନେ ତାହାର ଚାବି ମଧ୍ୟ ପରିବାର ଲୋକଙ୍କୁ ମାଗିଥିଲେ। ମାତ୍ର ଚାବି ନାହିଁ ବୋଲି ପରିବାର ଲୋକେ ବାରମ୍ବାର କହିବାରୁ ସେମାନେ ପଳାଇଥିଲେ।
ଲୁଟେରାମାନେ ଗେଟ୍ ବାହାର ପଟୁ ତାଲା ପକାଇ ପଳାଇଥିବାରୁ ଯଜାତିଙ୍କ ପରିବାର ଲୋକେ ପ୍ରଥମେ ପଡ଼ୋଶୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଖବର ପାଇ ଧର୍ମଗଡ଼ ଡିଏସ୍ପିଙ୍କ ସମେତ ସ୍ଥାନୀୟ ପୁଲିସ୍ ଗତରାତିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାଙ୍କ ସମ୍ପର୍କରା କୌଣସି ସୂଚନା ମିଳିପାରି ନାହିଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0