ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ନଗର ଓ ବ୍ଲକ ବିଜୁଜନତା ଦଳ ପକ୍ଷରୁ ବିଜୁଜନତା ଦଳ ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି କ୍ଷ ନଗର ବିଜେଡି ସଭାପତି ଭୀମସେନ ବେହେରା ଙ୍କ ନେତୃତ୍ୱ ରେ ବହୁ ବିଜେଡି କର୍ମକର୍ତା ହିଞ୍ଜିଳିକାଟୁ ପୂର୍ତ୍ତବିଭାଗ ଡାକବଙ୍ଗଳା ରେ ଏକତ୍ରିତ ହୋଇ ଡାକବଙ୍ଗଳା ରୁ ଏକ ଶୋଭାଯାତ୍ରା ରେ ବାହାରି ବିଜୁପଟ୍ଟନାୟକ ଛକ, କଲେଜ ଛକ, ବ୍ଲକ ଛକ ହୋଇ ବିଜୁପଟ୍ଟନାୟକ ପାର୍କ ଓ କଲ୍ୟାଣ ମଣ୍ଡପ ରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏହି କାର୍ୟ୍ୟକ୍ରମ ହିଞ୍ଜିଳିକାଟୁ ପୌରପରିଷଦ ର ପୂର୍ଵ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀ ପୌରଞ୍ଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ଯୁବ ନେତା ଅଜୟ ମହାରଣା, ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ମନୋଜ ସଭାପତି ଙ୍କ ସମେତ ବହୁ ବିଜେଡି କର୍ମୀ ଓ ମହିଳା ମାନେ ସାମିଲ ହୋଇଥିଲେ



Visitors Today : 1
Total Visitors : 130423
Total Views : 9891953
Visitors Online Now : 0