ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟାର ସମ୍ଭାବନା ଥିବାବେଳେ ବୈତରଣୀ ଓ ବ୍ରାହ୍ମଣୀରେ ରେ ବି ମଧ୍ୟମ ଧରଣର ବନ୍ୟା ହୋଇପାରେ । ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଏସଆରସିଙ୍କ ସୂଚନା ଅନୁଯାୟୀ, ଝାଡ଼ଖଣ୍ଣର ଗାଲୁଡ଼ିହ ବ୍ୟାରେଜରୁ ଆଜି ସକାଳେ ୭ ହଜାର ୩୧୨ କୁ୍ୟସେକ ଜଳ ଛଡ଼ା ଯାଇଛି । ଆସନ୍ତାକାଲି ସକାଳ ୬ଟରେ ଏହି ପାଣି ରାଜଘାଟଠାରେ ପହଞ୍ଚିିବ । ସେତେବେଳେ ନଦୀର ଜଳସ୍ତର ୧୨ ମିଟରରେ ପହଞ୍ଚିବ । ଏହି କାରଣରୁ ବନ୍ୟା ହୋଇପାରେ । ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରେ ବର୍ଷା ହୋଇଛି ହାରାହାରି ୫୫.୮ମିଲିମିଟର ଓ ୬ ଜିଲ୍ଳାରେ ୧୦୦ ମିଲିମିଟରରୁ ବର୍ଷା ହୋଇଛି । ଝାରସୁଗୁଡ଼ାରେ ସର୍ବାଧିକ ୧୭୭ ମିଲିମିଟର ବର୍ଷା ହୋଇଥିବା ବେଳେ ଦେବଗଡ଼ରେ ୧୨୮.୫, ସମ୍ବଲପୁର ୧୧୬.୭, ବୌଦ୍ଧ ୧୧୪, ଅନୁଗୁଳରେ ୧୦୭ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଆଉ ୯ଜିଲ୍ଲାରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି ।
କନ୍ଧମାଳ କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ନୂଆପଡା, ସୁବର୍ଣପୁର, ବାଲେଶ୍ୱର, ମୟୁରଭଞ୍ଜ, ଢେଙ୍କାନାଳ ଓ କଳାହାଣ୍ଡିର ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ତେଲକୋଇ ବ୍ଲକରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ହୋଇଛି । ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ଓ ତେଲ ନଦୀରେ ବନ୍ୟା ଆଶଙ୍କା ରହିଛି । ଫଳରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0