ଢେଙ୍କାନାଳ : ଢେଙ୍କାନାଳ ବନବିଭାଗ ପକ୍ଷରୁ କପିଳାସ ବନାଞ୍ଚଳରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। କପିଳାସ ବନ କର୍ମଚାରୀମାନେ ୪ଟି ଦେଶୀ ବନ୍ଧୁକ, ଦୁଇଟି ହରିଣ ଛାଲ, ଶୀକାର ପାଇଁ ବ୍ୟବହାର କରା ଯାଉଥିବା ଶହେଟି ଫାସ ଲାଇଟ ଓ ବଜ୍ରକାପ୍ତାର କିଛି କାତି ଜବତ କରିଛନ୍ତି। ଏହା ସହ ୫ ଜଣ ଶୀକାରୀଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ।
ଗିରଫ ଶୀକାରୀ ମାନେ ହେଲେ ନବ ବାଲ୍ମୁଚି, ବୁଡୁ ବାଲ୍ମୁଚି, ରତ୍ନା ବାଲ୍ମୁଚି, କୁରୁପା ବାଇପି ଓ ସନାତନ ଦେହୁରୀ। ସମସ୍ତଙ୍କ ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଏମାନେ କପିଳାସ ବନାଞ୍ଚଳରୁ ପଶୁ ଶିକାର କରି ବହାରକୁ ଚାଲାଣ କରିଥାନ୍ତି ବୋଲି ଜଣାପଡିଛି। ଅଭିଯୁକ୍ତଙ୍କୁ ୱ।ଇଲ୍ଡ ଲାଇଫ ଆକ୍ଟ ୧୯୭୨ ଅଧିନରେ ଗିରଫ କରାଯାଇଛି ।



Visitors Today : 1
Total Visitors : 130182
Total Views : 9891633
Visitors Online Now : 0