ଭୁବନେଶ୍ୱର:ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏକାମ୍ରକ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ । ଯାହାର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ପରେ ଏବେ ଫୋକସରେ ଏକାମ୍ରକ୍ଷେତ୍ର। ଆଜି ଭୋରରୁ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମହା ଶିବରାତ୍ରୀ ପୂର୍ବରୁ କିପରି ରାସ୍ତା ପ୍ରଶସ୍ତିକରଣ କାମ ସରିବ ଏବଂ କିପରି ଚାଲିଛି ନିର୍ମାଣ କାମ ତାର ତଦାରଖ ପାଇଁ ପହଞ୍ଚିଛନ୍ତି ପାଣ୍ଡିଆନ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ସହ ଭକ୍ତଙ୍କ ସୁବ୍ୟବସ୍ଥିତ ଯାତ୍ରା ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା ହେଉଛି । ସେ କାମ ମଧ୍ୟ ଶୀଘ୍ର ସାରିବାକୁ ଲକ୍ଷ ରଖାଯାଇଛି । ନଭେମ୍ବର ୩୦ ସୁଦ୍ଧା ସବୁ କାମ ସରିବାକୁ ଆଶା ରଖାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0