spot_img

ଆମେରିକା ନିର୍ବାଚନକୁ ନେଇ ବଡ ବୟାନ ଦେଲେ ମାର୍କ ଜୁକେରବର୍ଗ

ସାନ ଫ୍ରାନ୍ସିସକୋ: ଆସନ୍ତା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦେଶରେ ନାଗରିକ ଅଶାନ୍ତି ବା ଅସ୍ଥିରତା ଦେଖାଦେବ ବୋଲି ‘ଫେସବୁକ’ ମୁଖ୍ୟ ମାର୍କ ଜୁକେରବର୍ଗ ବୟାନ ଦେଇଛନ୍ତି । ସୂଚନା ଅନୁସାରେ, କିଛି ଦିନ ତଳେ ଫେସବୁକରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସପକ୍ଷରେ ପରିବେଷିତ ଏକ ବିଜ୍ଞାପନ ଅନ୍ୟମାନଙ୍କ ନିର୍ବାଚନ ପ୍ରଚାରକୁ ନୂନ୍ୟ କରିଦେଇଛି ବୋଲି ବିରୋଧୀମାନେ ଅଭିଯୋଗ ଆଣିଛନ୍ତି । ନିର୍ବାଚନ ପ୍ରକିୟାକୁ ଗୌଣ ନକରିବା ପାଇଁ ଫେସବୁକ ପକ୍ଷରୁ କୌଣସି ପ୍ରକାର ବିଜ୍ଞାପନ ପରିବେଷଣ ନ କରିବା ସଂକ୍ରାନ୍ତ ନୀତିନିୟମକୁ କଠୋର କରାଯାଇଥିଲେ ମଧ୍ୟ ଏ ପ୍ରକାର ବିଜ୍ଞାପନକୁ କେନ୍ଦ୍ରକରି ବିବାଦ ଦେଖାଦେଇଛି । ତେଣୁ ଏଭଳି ସ୍ଥିତିରେ ଦେଶରେ ନାଗରିକ ଅସ୍ଥିରତା ଦେଖାଦେବାର ଆଶଙ୍କା ରହିଛି ବୋଲି ଜୁକେରବର୍ଗ ସତର୍କ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular