ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ। ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ଶହ ଲିଟର ଦେଶୀ ମଦ, ୨୮ ଲିଟର ବିଦେଶୀ ମଦ, ୩୨ ଲିଟର ଜିଞ୍ଜର ଜବତ କରିଛି।ଜବତ ମଦର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗୋଟିଏ ପିକ୍ଅପ ଭ୍ୟାନ, ଗୋଟିଏ ମୋଟର ସାଇକେଲ ସହ ଏଥିରେ ସଂପୃକ୍ତ ୬ଜଣଙ୍କୁ ଗିରଫ କରିଛି। ବାଲେଶ୍ୱରରୁ ବେଆଇନ ଭାବେ ମଦ ଆଣି ଭଦ୍ରକର ବାସୁଦେବପୁର, ତିହିଡ଼ି ଓ ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବିକ୍ରି ହେଉଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢଉ କରିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0