spot_img

ରହସ୍ୟମୟ ରୋଗରେ ୫୦୦ରୁ ଅଧିକ ଲୋକ ସଂକ୍ରମିତ ହେଲେ

ଆନ୍ଧ୍ରପ୍ରଦେଶ: ରହସ୍ୟମୟ ରୋଗ ଆନ୍ଧ୍ରପ୍ରଦେଶର ଏଲୁରୁରେ ଆତଙ୍କ ସୃଷ୍ଟି କରିଛି । ଏପର୍ୟ୍ୟନ୍ତ ୫୧୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ୪୩୦ ରୋଗୀ ଏହାର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ଜଣେ ରୋଗୀଙ୍କ ଏହି ରୋଗରେ ମୃତ୍ୟୁ ମଧ୍ୟ ଘଟିଛି । ରୋଗୀଙ୍କ ଡାକ୍ତରୀ ରିପୋର୍ଟ ଅନୁସାରେ, ଯେଉଁମାନେ ଏହି ରୋଗର ଶିକାର ହୋଇଛନ୍ତି, ସେମାନଙ୍କ ରକ୍ତ ପରୀକ୍ଷଣରେ ସୀସା ଏବଂ ଏକ୍ସୁଏଡେଟ୍ ମିଳିଛି। ଏପରି ହେବା ଦ୍ୱାରା ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି । ଏହି ପରିସ୍ଥିତିରେ ଭୟଭୀତ ନହେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏ.କେ କୃଷ୍ଣ ଶ୍ରୀନିବାସ ଲୋକଙ୍କୁ ନିବେଦନ କରିଛନ୍ତି।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular