spot_img

ଭୁବନେଶ୍ୱରରେ ପୁଣି ୫୧ ଜଣ ପଜିଟିଭ୍ ଚିହ୍ନଟ, ମୋଟ୍ ପଜିଟିଭ ସଂଖ୍ୟା ୭୬୯କୁ ବୃଦ୍ଧି

ଭୁବନେଶ୍ୱର ୧୪/: ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୧ ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୫ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରେ  ହସ୍ପିଟାଲରୁ ୩୨ ଓ ୨୫ ବର୍ଷୀୟ ଦୁଇ ମହିଳା, ଚନ୍ଦ୍ରଶେଖରପୁରରୁ ୨୭ ବର୍ଷୀୟ ଯୁବକ ଓ ୫୦ ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୩୯ ବର୍ଷୀୟ ପୁରୁଷ, କଳିଙ୍ଗ ବିହାରରୁ ୬୫ ବର୍ଷୀୟ ଓ ୨୮ ବର୍ଷୀୟ ଦୁଇ ମହିଳା, ଭରତପୁରରୁ ଜଣେ ୨୧ବର୍ଷୀୟ ଯୁବତୀ, ଖାରବେଳ ନଗରରୁ ଜଣେ ୨୮ ବର୍ଷୀୟ ଯୁବତୀ, ଶାସ୍ତ୍ରୀ ନଗରରୁ ଜଣେ ୫୭ ବର୍ଷୀୟ ବୃଦ୍ଧ, ୟୁନିଟ-୬ରୁ ୨୧ ଓ ୨୦ ବର୍ଷୀୟ ଦୁଇ ଯୁବକ, ଶାସ୍ତ୍ରୀ ନଗରରୁ ଜଣେ ୩୪ ବର୍ଷୀୟ ମହିଳା, ଝାରପଡ଼ାରୁ ୨୭ ବର୍ଷୀୟ ଯୁବକ, ନୟାପଲ୍ଲୀ ସବର ସାହି ଅଞ୍ଚଳରୁ ଜଣେ ୫୫ବର୍ଷର ପୁରୁଷ, ନୟାପଲ୍ଲୀ ଆଇଡି ମାର୍କେଟ ଅଞ୍ଚଳରୁ ଜଣେ ୩୪ବର୍ଷର ପୁରୁଷ, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular