spot_img

ସୋନୁଙ୍କ ମହାନୁଭବତା

କାହାକୁ ସାହାଯ୍ୟ କରିବାକୁ ସଭିଏଁ ପଛଘୁଂଚା ଦେଉଥିବା ବେଳେ ଅନେକ କିନ୍ତୁ ଏହାକୁ ଜୀବନର ବ୍ରତ ବୋଲି ଭାବିଥାଆନ୍ତି । ନିକଟରେ ଏମିତି କିଛି କାମ କରି ଅନେକ ପ୍ରଶଂସା ସାଉଁଟିଥିଲେ ବଲିଉଡ଼୍ ଅଭିନେତା ସୋନୁ ସୁଦ୍ । ପ୍ରବାସୀ ଶ୍ରମିକଙ୍କୁ ନିଜ ଦାୟିତ୍ୱରେ ଘରେ ପହଞ୍ଚାଇବା ପରେ ପୁଣି ୪୦୦ ଶ୍ରମିକଙ୍କ ପରିବାରର ପ୍ରତିପୋଷଣ ପାଇଁ ଅଣ୍ଟା ଭିଡିଛନ୍ତି ସୋନୁ । ଲକ୍ ଡାଉନ୍ ସମୟରେ ଯାନ ବାହାନ ବନ୍ଦ ଥିବାରୁ ଅନେକ ଶ୍ରମିକ ଚାଲି ଚାଲି ଘରକୁ ଯିବା ସମୟରେ ଅନେକ ଅସୁସ୍ଥ ହେବା ସହ ଆଉ କେତେ ଜଣ ପ୍ରାଣ ହାରିଥିଲେ । ଏହି ଘଟଣା ସୋନୁଙ୍କ ନଜରକୁ ଆସିବା ପରେ ସେ ସେମାନଙ୍କର ଯାତାୟତ ବ୍ୟବସ୍ଥା କରିଥିଲେ । ବର୍ତମାନ ସେହି ୪୦୦ ଅସହାୟ ଶ୍ରମିକଙ୍କ ପରିବାରର ବୋଝ ଉଠାଇବାକୁ ସୋନୁ ଓ ତାଙ୍କ ବନ୍ଧୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଉକ୍ତ ପରିବାରକୁ ଆର୍ଥିକ ସାହାଯ୍ୟ କରିବା ସହ ପିଲାଙ୍କ ପାଠପଢା ଖର୍ଚ୍ଚ ମଧ୍ୟ ସୋନୁ ଉଠାଇବେ । ଉତ୍ତରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡର ଅଧିକାରୀଙ୍କୁ ଯୋଗାଯୋଗ କରି ଶ୍ରମିକମାନଙ୍କ ତାଲିକା ବାହାର କରିବାରେ ଳାଗିପଡିଛନ୍ତି । ଟ୍ୱିଟର ଯୋଗେ ସୋନୁ ଲୋକଙ୍କୁ ସହଯୋଗ କରିବା ସହ ଏଯାବତ୍ ୨୧ହଜାର ପ୍ରବାସୀଙ୍କୁୁ ସେମାନଙ୍କ ଘରେ ପହଂଚାଇ ସାରିଲେଣି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular