ମୋହନା : ଏକ ଟ୍ରକ୍ରୁ ୬୧୦ କେଜି ଗଞ୍ଜେଇ ଜବତ । ଯାନବାହନ ଯାଞ୍ଚ ବେଳେ ଗଜପତି ଜିଲ୍ଲା ମୋହନା ଥାନା ପୁଲିସ୍ ଏହି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ବାଇକ୍ ମଧ୍ୟ ଜବତ କରିଛି ପୁଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ, ହରିୟାଣାର ବିନୋଦ କୁମାର ଶର୍ମା, ଜୟପାଲ ସିଂ, ସୁରେଶ କଶ୍ୟପ, ବାଳକ ରାମ ଓ ଚନ୍ଦ୍ରଗିରି ଅଞ୍ଚଳ ମନୋଜ ବିର ଓ ସୁକାନ୍ତ ମାଝୀ ।
ସୂଚନା ଅନୁସାରେ, ଏହି ୬ ଅଭିଯୁକ୍ତ ଶିକୁଳିପଦର ଅଂଚଳରୁ ଗଞ୍ଜେଇ ନେଇ ଟ୍ରକରେ ହରିୟାଣା ଅଭିମୁଖେ ଚାଲାଣ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍ ଟ୍ରକ୍କୁ ଯାଞ୍ଚ କରି ତାହାର ଗୁପ୍ତ କୋଠରୀରୁ ୨୧ ବସ୍ତା ଗଂଜେଇ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଳି ପୁଲିସ୍ ସୂଚନା ଦେଇଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0