spot_img

ସମସ୍ତ ଜରୁରୀ ସେବା ପାଇବା ପାଇଁ ଗୋଟିଏ ନମ୍ବର ୧୧୨

ଭୁବନେଶ୍ୱର: ଏଣିକି ସବୁ ଜରୁରୀ ସେବା ସହାୟତା ପାଇଁ କେବଳ ଗୋଟିଏ ହେଲ୍ପ୍ଲାଇନ୍ ନମ୍ବର ରଖାଯାଇଛି । ସାଧାରଣ ଲୋକେ କେବଳ ୧୧୨ ନମ୍ବରକୁ ଫୋନ୍ କରି ସହାୟତା ମାଗି ପାରିବେ କିମ୍ବା ଅଭିଯୋଗ ଜଣାଇପାରିବେ। ପୋଲିସ୍, ଆମ୍ବୁଲାନ୍ସ, ଦମକଳ, ମହିଳା ହେଲପ୍ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଅଲଗା ଅଲଗା ନମ୍ବରକୁ ଫୋନ୍ କରିବାକୁ ପଡ଼ିବ ନାହିଁ। ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୧୦୦, ୧୦୧, ୧୦୨, ୧୦୪, ୧୦୮ ନମ୍ବରକୁ ଏକୀଭୂତ କରି ଗୋଟିଏ ନମ୍ବର ୧୧୨ କରାଯାଇଛି। ଅନ୍ୟପକ୍ଷେ, ୧୧୨ ସେବା ପାଇଁ ୧,୦୯୮ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular