ଭୁବନେଶ୍ୱର: ସାରା ରାଜ୍ୟରେ କୋଭିଡ଼ ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏଥିରୁ ବି ବାଦ ପଡିନାହାଁନ୍ତି କୋଭିଡ଼ ଯୋଦ୍ଧା । କମିଶନରେଟ ପୁଲିସର ୧୧ଶହ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଏବେ ଟ୍ୱିନସିଟିରେ ଏନଫୋର୍ସମେଣ୍ଟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଟ୍ୱିନସିଟିରେ ସୁରକ୍ଷା ଦାୟିତ୍ୱରେ ଥିବା ୧୧ଶହ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ସହ ୪ଜଣଙ୍କର ମୃତୁ୍ୟ ଘଟିଛି । ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ଥର୍ମାଲ ସ୍କ୍ରିନିଂ, କରୋନା କିଟ ଦେବା ସହ ନିୟମିତ ଭାବରେ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରିବା ପାଇଁ ବରିଷ୍ଠ ଆଇନଜୀବୀ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରର ୮ଜଣ ଥାନା ଅଧିକାରୀ କରୋନାରେ ସଂକ୍ରମିତ ହୋଇ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ତେଣୁ ଯେଉଁ ଜିଲ୍ଲା ଗୁଡ଼ିକରେ କରୋନା ସ୍ଥିିତି ଭଲ ଅଛି ସେଠାରୁ କିଛି ପୁଲିସ ଆଣି ଟ୍ରାଫିକ ଭଲ୍ୟୁଣ୍ଟର ଭାବରେ ନିୟୋଜିତ କଲେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ ବୋଲି ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0