ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କୋଭିଡ଼ ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତକାଲି ସୁସ୍ଥଙ୍କ ସଂଖ୍ୟା ୯୯,୩୮୯ ଥିବା ବେଳେ ଆଜି ଏହି ସଂଖ୍ୟା ବୃଦ୍ଧିପାଇ ୧ ଲକ୍ଷ ଟପିଥିବା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟରୁ ଜଣାପଡ଼ିଛି ।
In a momentous occasion in our fight against #COVID19, #Odisha has crossed one lakh recoveries. Salute to thousands of health workers and #CovidWarriors who have sacrificed hugely and worked with unflinching dedication to save precious lives. #OdishaFightsBack pic.twitter.com/OYM2G55NWE
— Naveen Patnaik (@Naveen_Odisha) September 8, 2020
କୋଭିଡ଼-୧୯ ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରହିଛି । ଓଡ଼ିଶାରେ କରୋନା ସୁସ୍ଥଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ଏଥିପାଇଁ ହଜାର ହଜାର ସ୍ୱାସ୍ଥ୍ୟ କର୍ମୀ ଏବଂ କୋଭିଡ଼ ଯୋଦ୍ଧାଙ୍କ ବହୁ ଅବଦାନ ରହିଛି । କରୋନା ଆକ୍ରାନ୍ତଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସେମାନେ ନିରନ୍ତର କାମ କରି ଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0