ଭୁବନେଶ୍ୱର : ଆଗାମୀ ୧୫ ଦିନ ଭିତରେ ପଥପ୍ରାନ୍ତ ନାଟକ କରିବାକୁ ଅନୁମତି ଦିଅ। ନହେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଳାକାରମାନେ ବିକ୍ଷୋଭ ପ୍ରଦର୍ଶନ କରିବେ। ଆଜି ଏପରି ଚେତବନୀ ଦେଇଛି ଓଡ଼ିଶା ପଥପ୍ରାନ୍ତ ନାଟକ ମହୋତ୍ସବ ମହାସଂଘ। ମହାମାରୀ କରୋନା ପାଇଁ ଉଜୁଡ଼ି ଯାଇଛି କଳାକାରଙ୍କ ଜୀବନ ଓ ଜୀବିକା। ଦୀର୍ଘ ୮ ମାସ ଧରି ହାତ ବାନ୍ଧି ବସିଛନ୍ତି କଳାକାର। ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସବୁଆଡୁ ନିରାଶ ହେବା ପରେ ନିଜର ଜୀବିକା ବଞ୍ଚାଇବା ପାଇଁ କଳାକାରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। କଳାକାରମାନେ ଆଜି ରାଜଧାନୀରେ ନିଆରା ପ୍ରତିବାଦ କରିଛନ୍ତି। ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଛକରୁ ସଙ୍ଗୀତ ମହାବିଦ୍ୟାଳୟ ପର୍ଯ୍ୟନ୍ତ କଳାକାରମାନେ ବିଭିନ୍ନ ବେଶ ଧାରଣ କରି ହାତରେ ପ୍ଲା’ କାର୍ଡ଼ ଧରି ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦ରୁ ଅଧିକ ପଥପ୍ରାନ୍ତ ନାଟକ ଦଳର କଳାକାର ସାମିଲ୍ ହୋଇଥିଲେ। ମଞ୍ଚ ନାଟକକୁ ସରକାରୀ ସ୍ତରରେ ଖୋଲିବାକୁ ସେମାନେ ଦାବି କରିଛନ୍ତି।
ଆଗାମୀ ୧୫ ଦିନ ଭିତରେ ପଥପ୍ରାନ୍ତ ନାଟକ କରିବାକୁ ଯଦି ସୁଯୋଗ ଦିଆନଯାଏ ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଘ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0