spot_img

ଆସନ୍ତାକାଲିଠାରୁ ଗଜପତି ଜିଲ୍ଲାରେ ଲକ୍‌ଡାଉନ୍‌

ଗଜପତି ୧୯।୦୭: ସାରା ରାଜ୍ୟରେ କରୋନା ସଂକ୍ରମଣ ବଢାଚାଲିଛି। ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇ ଛନ୍ତି ଜିଲ୍ଲା ପ୍ରଶାସନ  । ଆସନ୍ତାକାଲିଠୁ ପୁରା ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲିଠାରୁ ଗଜପିତି ଜିଲ୍ଲାରେ ଲକ୍‌ଡାଉନ୍‌ ଆରମ୍ଭ ହେବ । ଏହି ଲକ୍‌ଡାଉନ୍‌ ସମୟରେ ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳରେ ସକାଳ ୭ଟା ରୁ ଦିନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀ ହେବ । ବାକି ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଗଜପତି ଜିଲ୍ଲାରେ ଆଉ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୩କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular