କିଶୋରନଗର : କଟକ–ପାରାଦୀପ ରାସ୍ତାର ରାମକୁମାରପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ କାର୍ ସହ ଅଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦ୍ୱୟ ହେଲେ ଚୌଦ୍ୱାର ଅଞ୍ଚଳର ପ୍ରଭାତ କୁମାର ସାହୁ ଓ କାର୍ ଚାଳକ କିଶନନଗର ଥାନା ଅଞ୍ଚଳର ଧନଜ କୁମାର ସାହୁ ।
ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ କାର୍ଟି ପାରାଦୀପ ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅଟୋ ସହ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଅଟୋଟି ରାସ୍ତାକଡରେ ଥିବା ଏକ ପୋଖରୀକୁ ଓଲଟି ପଡିଥିଲା ।
ଖବର ପାଇ ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ଜେନା ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ଏହାସହ ସହ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0