ଭୁବନେଶ୍ୱର: ବର୍ଷିଲା କଂଗ୍ରେସ । କଂଗ୍ରେସ ନେତା ଟଙ୍କା ନେବା ପ୍ରସଙ୍ଗରେ ବର୍ଷିଲେ ନରସିଂହ ମିଶ୍ର । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କଡା ସମାଲୋଚନା କଲେ ନରସିଂହ । କହିଲେ ସମ୍ବିତ ପାତ୍ର ଲିଖିତ ଆକାରରେ ଭୁଲ ମାଗନ୍ତୁ, ନଚେତ ଆମେ ଆଇନର ଆଶ୍ରୟ ନେବୁ । ହାଇକୋର୍ଟଙ୍କ ଜରିଆରେ ସମ୍ବିତ ପାତ୍ରଙ୍କୁ ନୋଟିସ କରିବୁ । ସତ୍ସାହସ ଅଛି ତ ଆମ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କର ବୋଲି ପ୍ରେସମିଟରେ କହିଛନ୍ତି ନରସିଂହ । ଏସଆଇଟି ତଦନ୍ତ ନିଦେ୍ର୍ଦଶ କଂଗ୍ରେସର ଐତିହାସିକ ସଫଳତା । ପରୀ ପ୍ରସଙ୍ଗରେ ଆମେ ନିରବ ନାହୁଁ । ଆଇନ ଶୃଙ୍ଖଳା ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସିଛୁ । ମାତ୍ର ଅଭିଯୁକ୍ତଙ୍କୁ କାହିଁକି ଘଣ୍ଟ ଘୋଡା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ‘କଂଗ୍ରେସ ଉପରେ ଅଭିଯୋଗ କରି ବେଜେପି ପ୍ରସଙ୍ଗକୁ ଦିଗହରା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସର ଅଭିଯୋଗକୁ ନେଇ ବିଜେପି ନେତା ପ୍ରଦୀପ୍ତ ନାଏକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ନିକଟରେ ହୋଇଥିବା ଉପନିର୍ବାଚନରେ କିଏ ବିକ୍ରି ହୋଇଥିଲା ସମସ୍ତେ ଜାଣନ୍ତି । ବିଜେପି ହିଁ ବିଜେଡି ସହ ଲଢିଥିଲା, ଚେଲ୍ଲା କୁମାର ନିଜ ଦଳକୁ ସମ୍ଭାଳନ୍ତୁ ବୋଲି ପ୍ରଦୀପ୍ତ ଟିପ୍ପଣୀ ଦେଇଛନ୍ତି । କୁନ୍ଦୁଲି କେସରେ ଏସଆଇଟିକୁ ବିରୋଧ କରି ପରୀ କେସରେ କଂଗ୍ରେସ ଏହାକୁ ସମର୍ଥନ କରୁଛି । ଏଭଳି ଦଳକୁ କଣ କୁହାଯିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ନାଏକ । ଆମେ କୃଷିମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରୁଛୁ । ତାସ୍ ଘରୁ ଗୋଟିଏ ପତା ଖସିଲେ ମୁଖ୍ୟମନ୍ତ୍ରୀ ବି ଖସିବେ ବୋଲି ପ୍ରଦୀପ୍ତ କହିଛନ୍ତି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0