spot_img

କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା,୨ ଗୁରୁତର

କିଶୋରନଗର : କଟକପାରାଦୀପ ରାସ୍ତାର ରାମକୁମାରପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଏକ କାର୍ସହ ଅଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି ଗୁରୁତର ଦ୍ୱୟ ହେଲେ  ଚୌଦ୍ୱାର ଅଞ୍ଚଳର ପ୍ରଭାତ କୁମାର ସାହୁ କାର୍ଚାଳକ କିଶନନଗର ଥାନା ଅଞ୍ଚଳର ଧନଜ କୁମାର ସାହୁ

ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ କାର୍ଟି ପାରାଦୀପ ଅଭିମୁଖେ ଯାଉଥିଲା ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅଟୋ ସହ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା ଏହି ଦୁର୍ଘଟଣାରେ ଅଟୋଟି ରାସ୍ତାକଡରେ ଥିବା ଏକ ପୋଖରୀକୁ ଓଲଟି ପଡିଥିଲା

ଖବର ପାଇ ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ଜେନା ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି ଏହାସହ ସହ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular